
ଭୁବନେଶ୍ବର; ଡ଼ ନାରାୟଣ ମହାପାତ୍ର ,ସୁରେଶ ମିଶ୍ର, ତ୍ରିଲୋଚନ ନାୟକ ,ଭାରତୀ ଭୂଷଣ ପଟ୍ଟନାୟକ ,ବିଜୟ ମୋହନ ପଣ୍ଡା, ଶରତ ମାହାପାତ୍ର ,ଶ୍ରୀନିବାସ ରାଓ ସଂଯୋଜନା ରେ ଅନୂଷ୍ଠିତ ଆଜିର ବୈଠକ ରେ ନିଷ୍ପତି ଅନୁଯାଇ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଓ ଜୟ ମା ଭବାନୀ ଟ୍ରଷ୍ଟ ପକ୍ଷରୁ ମିଳିତ ଭାବେ ଆୟୋଜିତ ନବମ ବାର୍ଷିକୀ ରଜ ସଂକ୍ରାନ୍ତି ଉସ୍ତବ ୧୫/୬/୨୬ ସଂଦ୍ଧ୍ୟା ୬.୩୦ ରେ ପ୍ରଥମ କରି ଉତ୍କଳ ରଙ୍ଗମଞ୍ଚ ଗୁରୁ କେଳୁଚରଣ ନାଚ ଗବେଷଣା କେନ୍ଦ୍ର ଜୟଦେବ ବିହାର ଭୁବନେଶ୍ୱର ଠାରେ ଶାସ୍ତ୍ର ଓ ପରମ୍ପରା ଅନୁଯାଇ ରଥେ ଶ୍ରୀ ଜଗନ୍ନାଥ ନୃତ୍ୟ ନାଟିକା ପ୍ରଦର୍ଶିତ ହେବ,ଏଥି ସାଙ୍ଗେ ରଜ ଦୋଳି ରଜ ପାନ ରଜ ପିଠା ଓ ବହୁ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଏହି କାର୍ଯ୍ୟକ୍ରମ ରେ ନିଜକୁ ସମାଜ ରେ ପ୍ରତିଷ୍ଠିତ କରି ଥିବା ମହାନ ବ୍ୟକ୍ତି ଓ ମହିଳା ଙ୍କୁ ଉତ୍କଳ ଶ୍ରୀ ଓ ସେବା ରତ୍ନ ସମ୍ମାନ ୨୦୨୬ ପ୍ରଦାନ କରାଯିବ ଏହି କାର୍ଯ୍ୟକ୍ରମ ରେ ଛୋଟ ପିଲା ଙ୍କ ନାଚ, ରାମକୃଷ୍ଣ ବାଳାଶ୍ରମ ର ପିଲାମାନ ଙ୍କ ଦ୍ୱାରା ପ୍ରସ୍ତୁତ ଭଜନ ଓ ନାଚ ମଧ୍ୟ ପ୍ରଦର୍ଶନ କରାଯିବ,ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ଲେଡ଼ିଜ ଫୋରମ ଓ ରାଜ୍ୟ ସରକାର ଙ୍କ ସଂସ୍କୃତି ବିଭାଗ ଦ୍ୱାରା ପ୍ରାୟୋଜିତ ସଂସ୍କୃତି ଭାରତୀ ଖୋର୍ଦ୍ଧା ଓ ତ୍ରିଶକ୍ତି ଗ୍ରୁପ ର କଳାକାର ମାନଙ୍କ ଦ୍ୱାରା ପ୍ରସିଦ୍ଧ ଭଜନ ରେ ନାଚ ଓ ଓଡ଼ିଆ ଲଘୁ ଗୀତରେ ଗ୍ରୁପ ଡାନ୍ସ ମଧ୍ୟ କରାଯିବାକୁ ବ୍ୟବସ୍ଥା ହୋଇଛି, ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଆପଣ ଙ୍କୁ ସାଦର ନିମନ୍ତ୍ରଣ |

