
ଦାରିଙ୍ଗବାଡି,୮/୮, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଗତ ୧୫ ଦିନ ମଧ୍ୟରେ ଚାରିଟି ଲୁଟ୍ ଓ ଚୋରି ଘଟଣା ସାମ୍ନାକୁ ଆସିଥିବା ବେଳେ ଏକ ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଦୁଇଜଣଙ୍କ ମଧ୍ୟରେ ସୁରଜ ନାୟକ (୨୮) ଏବଂ ଜଣେ ନାବାଳକ ରହିଛନ୍ତି ବୋଲି ତଦନ୍ତ କାରୀ ଅଧି କାରୀ ବାସନ୍ତୀ ବେହେର ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ବୁଧବାର ରାତି ପ୍ରାୟ ୮ଟା ସମୟରେ ଦାରିଙ୍ଗବାଡ଼ି ଶିବ ମନ୍ଦିର ସାହିର ବାଦଲ କୁମାର ସାହୁ ତାଙ୍କ ରାଶନ ଦୋକାନ ବନ୍ଦ କରି ତାଲା ପକାଇ ଘରକୁ ଯାଇଥିଲେ। ଗୁରୁବାର ସକାଳେ ଦୋକାନ ଖୋଲିବାକୁ ଆସିବା ପରେ ସଟରର ତାଲା କଟାଯାଇଥିବା ଦେଖିଥିଲେ। ଦୋକାନ ଭିତରୁ ନଗଦ ୧୧ ହଜାର ଟଙ୍କା ସହ ବ୍ୟାଙ୍କ ପାସ୍ବୁକ୍, ଘରୋଇ ଗ୍ୟାସ୍ ଖାତା ଏବଂ ର ବିଭିନ୍ନ କାଗଜପତ୍ର ଚୋରି ହୋଇଥିବା ଜଣାପଡ଼ିଥିଲା। ଏନେଇ ବାଦଲ ସେହିଦିନ ଦାରିଙ୍ଗବାଡ଼ି ଥାନାରେ ଲିଖୂତ ଅଭିଯୋଗ କରିଥିଲେ। ପୋଲିସ ମାମଲା ନଂ ୨୦୪/୨୬ ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ସନ୍ଦେହରେ କିଛି ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ତଦନ୍ତ ପରେ ଜଣେ ନାବାଳକଙ୍କ ସମେତ ସୂରଜ ନାୟକକୁ ଗିରଫ କରିଥିବା ଥାନା ପକ୍ଷରୁ ସୁଚନା ରହିଛି।
